 |
 |
|
 |
 |
 |
|
 |
 |
|
କଥାକଳି |
|
 |

କେରଳ 300 ବର୍ଷର ଏହି ପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟର ଖ୍ୟାତି ଧରିରଖିଛି। ଏହା ବାଲେଟ, ଅପେରା, ମସ୍କ ଏବଂ ପାଣ୍ଟୋମାଇନର ସମ୍ମେଳନ ହୋଇଥାଏ । କୁହାଯାଏ ଯେ ଏହା ଅନ୍ୟ ପ୍ରଦର୍ଶିତ କଳା ଯେପରି କି କୋଟିୟାଟମ୍, କ୍ରିଷ୍ଣାନାଟମ୍, ଏବଂ କଲାରିପୟଟୁ ପରି କଳାରୁ ସୃଷ୍ଟି ହୋଇଛି । କଥାକଳି ଭାରତୀୟ ପୌରାଣିକ ଓ କିମ୍ବଦନ୍ତୀର କାହାଣୀଗୁଡିକୁ ବ୍ୟାଖ୍ୟା କରିଥାଏ ।
ସନ୍ଧ୍ୟା ସମୟ ପରେ ମନ୍ଦିର ପରିସରରେ ଏହା ଉପସ୍ଥାପନ କରାଯାଇଥାଏ । କଥାକଳି କେଲିକୁଟୁ ବା ଡ୍ରମ୍ ବାଜା ସହିତ ଏବଂ ଚେଙ୍ଗିଲା (ଗୋଉଁ) ବାଜାର ତାଳେ ତାଳେ ପ୍ରଦର୍ଶିତ ହୋଇଥାଏ । ଏହା ରଂଗ, ଭାବ, ସଂଗୀତ, ନାଟକ ଏବଂ ନୃତ୍ୟର ଏକ ଅନ୍ୟ କୌଣସି କଳା ଠାରୁ ଅନନ୍ୟ ସମ୍ମେଳନ ହୋଇଥାଏ ।
କଥାକଳି ମେକ୍-ଅପ୍ :
ମୁହଁରେ ରଂଗ ବୋଳି ଚିତ୍ର କରିବା ଏହି ବେଶଭୂଷାରେ ସାମିଲ ହୋଇଥାଏ । ବେଶ ଉପରେ ଅଧିକ ମହତ୍ୱ ଦିଆଯାଏ, କାରଣ ମେକଅପ୍ ବା ବେଶଭୂଷା ପାଞ୍ଚ ପ୍ରକାରର ହୋଇଥାଏ- ପାଚ, କାଠି, ଥାଡି, କାରି, ଏବଂ ମିନକୁ ।
କଥାକଳିର ଏହି ଆଡମ୍ବର ଓ ଆକର୍ଷଣୀୟ ରୂପରଂଗ ଆଂଶିକ ଭାବରେ ଏହାର ସାଜସଜ୍ଜା ଯୋଗୁଁ ହୋଇଥାଏ, ଯାହା ଅନ୍ତର୍ଭୁକ୍ତ କରେ ଏକ କିରିଟି ବା ବଡ଼ ମୁକୁଟ ଏବଂ ଢ଼ିଲା ହେଉଥିବା ଜ୍ୟାକେଟ୍ ବା କାଞ୍ଚୁକମ୍, ଏବଂ ଏକ ଲମ୍ବା ସ୍କଟକୁ ମୋଟା ଗଦିର ପ୍ୟାଡ୍ ଉପରେ ପିନ୍ଧା ଯାଇଥାଏ । ଅଭିନେତାଙ୍କର ପରିଚୟ ସଂପୂର୍ଣ୍ଣ ଭାବରେ ପରିବର୍ତ୍ତିତ ହୋଇ ଏକ ଅତି ମାନବୀୟ, ସାଧାରଣ ଜୀବନର ଆକାର ଅନୁପାତରେ ବିଶାଳ ରୂପାୟନ ସୃଷ୍ଟି ହୋଇଥାଏ ।
ପାଚ (ସବୁଜ):
ପାଚ ବେସମ୍ କିମ୍ବା ସବୁଜ ରଂଗର ମେକ୍ଅପ୍ ସାଧୁ ଶୋଭାବକୁ ସୂଚାଇଥାଏ ଃ
କାଠି (ଛୁରୀ):
କାଠି ବେସମ୍ ଖଳ ଚରିତ୍ରଗୁଡିକୁ ପ୍ରଦର୍ଶନ କରିଥାଏ ।
ଥାଡି (ଦାଢ଼ି):
ତିନି ପ୍ରକାରର ଦାଢ଼ି ବା ଥାଡି ବେଶ ରହିଛି ।
“ବେଲା ଥାଡି” କିମ୍ବା ଧଳାଥାଡି ହନୁମାନଙ୍କ ପରି ଅତି ମାନବୀୟ ମାଙ୍କଡମାନଙ୍କ ପାଇଁ ହୋଇଥାଏ ।
“ଚୌବନା ଥାଡି” କିମ୍ବା ନାଡି ଦାଢ଼ି କ୍ରୁର ଚିରିତ୍ରମାନ ହୋଇଥାଏ ।
“କରୁଥା ଥାଡି” କିମ୍ବା କଳା ଦାଢ଼ି ଶିକାରୀମାନଙ୍କ ପାଇଁ ହୋଇଥାଏ ।
କାରି (କଳା):
କାରି ବେସମ୍ ରାକ୍ଷସୀମାନଙ୍କ ପାଇଁ ବ୍ୟବହୃତ ହୋଇଥାଏ ।
ମିନୁକୁ (ସୁନ୍ଦର ଭାବରେ ସଜାଇବା):
ଏହି “ମିନୁକୁ ବେସମ୍” ମହିଳା ଚରିତ୍ରମାନଙ୍କ ପାଇଁ ଏବଂ ସାଧୁସନ୍ଥଙ୍କ ପାଇଁ ବ୍ୟବହୃତ ହୋଇଥାଏ ।
ମୁଦ୍ରା :
ମୁଦ୍ରା ଡେଉଛି ଏକ ସାଂକେତିକ ଭାଷା ପ୍ରକାଶର ଶୈଳୀ ଯାହା ମାଧ୍ୟମରେ ମନକଥା, ଅବସ୍ଥା କିମ୍ବା ସ୍ଥିତି ବିଷୟରେ ବର୍ଣ୍ଣନା କରାଯାଇଥାଏ । କଥାକଳିର ନାୟକ ତାଙ୍କର ମନକଥା ଏହି ମୁଦ୍ରା ମାଧ୍ୟମରେ ଦର୍ଶାଇଥାନ୍ତି । ଏଥିପାଇଁ ଅଭିନେତା କେତେକ ବିଧିବଦ୍ଧ ସାଂକେତିକ ଭାଷା ବ୍ୟବହାର କରିଥାନ୍ତି, ଯାହାକି ହସ୍ତଲକ୍ଷଣ ଦୀପିକା, ହସ୍ତଭଂଗୀର ଭାଷା ଉପରେ ପର୍ଯ୍ୟବେଶିତ ହୋଇଥାଏ ।
କଥାକଳି ସଂଗୀତ :
କଥାକଳି ସଂଗୀତ ବା ଅର୍କିଷ୍ଟ୍ରା ଦୁଇ ପ୍ରକାରର ଡ୍ରମ୍କୁ ନେଇ ଗଠିତ ହୋଇଥାଏ- ମାଦଳମ୍ ଏବଂ ଚେଣ୍ଡା; ଏହି ଚେଙ୍ଗିଲା ହେଉଛି ଏକ ବେଲ୍ ମେଟାଲର ଗୋଙ୍ଗ ଏବଂ ଏହି ଇଲାଥାଲମ୍ କିମ୍ବା ସିମ୍ବାଲ ।
କଥାକଳି ତାଲିମ୍ :
କଥାକଳିର ଛାତ୍ରଛାତ୍ରୀମାନେ ତେଲ ମାଲିସ ଏବଂ ଆଖି, ଓଠ, ଗାଲ, ପାଟି ଓ ବେକ ପାଇଁ ସ୍ୱତନ୍ତ୍ର ବ୍ୟାୟାମ ସହିତ କଠିନ ତାଲିମ୍ ଗ୍ରହଣ କରିଥାନ୍ତି । ଅଭିନୟ କିମ୍ବା ଭାବ ପ୍ରକାଶ ହେଉଛି ନୃତ୍ୟ ବା ଗୀତର ମୁଖ୍ୟ ମହତ୍ୱପୂର୍ଣ୍ଣ ଅଂଶ ।
ଏକାଠି ଅତ୍ୟନ୍ତ ବ୍ୟାଖ୍ୟାତ୍ମକ ମୁଖଭଂଗୀ, ମୁଦ୍ରା ଏବଂ ଉଭୟ କଣ୍ଠ ଓ ଯନ୍ତ୍ରସଂଗୀତ ଦେଇ, କଥାକଳି ଅତୀତର ବହୁ କାହାଣୀ କହିଥାଏ, ଯାହାକି ଗ୍ରୀକ୍ ନାଟକ ଶୈଳୀ ପରି ହୋଇଥାଏ । କେରଳର କଳାମଣ୍ଡଳମ୍ ହେଉଛି ଏକ ମୁଖ୍ୟ ଅନୁଷ୍ଠାନ ଯାହାକି ପାରମ୍ପରିକ ଶୈଳୀରେ କଥାକଳି ତାଲିମ୍ ପ୍ରଦାନ କରୁଅଛି ।
|
|
|
|
|
|
|
|
|
|
|
|
|
|
|
|
|