Trade Media
     

ନବଯୌବନ ଚିକିତ୍ସା (ରସାୟନ ଚିକିତ୍ସା)

     
  ତ୍ୱଚାକୁ କୋମଳ ରଖେ ଏବଂ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ ଲାଭ କରିବା ପାଇଁ ସମସ୍ତ କୋଷତନ୍ତୁକୁ ଦୃଢ଼ କରେ । ଉର୍ଜା (ପ୍ରାଥମିକ ଶକ୍ତି)ରେ ଉନ୍ନତି ଆଣେ ଏବଂ ସତ୍ତ୍ୱ (ମାନସିକ ସ୍ପଷ୍ଟତା)ରେ ଉନ୍ନତି ଆଣିଥାଏ ଏବଂ ଏହା ଦ୍ୱାରା ଶରୀରର ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହା ମଧ୍ୟ ଔଷଧୀୟ ଯୁକ୍ତ ତୈଳ ଓ କ୍ରିମରେ ମୁହଁ ଓ ମୁଣ୍ଡ ମାଲିସ, ଜଡିବୁଟି ତୈଳ ବା ପାଉଡର ଦ୍ୱାରା ଶରୀର ମାଲିସ କିମ୍ବା ହାତ ଓ ପାଦ ମାଲିସ, ଆଭ୍ୟନ୍ତରୀଣ ନବଯୌବନକାରୀ ଔଷଧ ଏବଂ ଔଷଧୀୟଯୁକ୍ତ ଷ୍ଟିମ୍ ବାଥ୍ ବା ବାମ୍ଫରେ ସ୍ନାନକୁ ଅନ୍ତର୍ଭୁକ୍ତ କରେ । ଜଡିବୁଟିଯୁକ୍ତ ସ୍ନାନ ବା ହର୍ବାଲ୍ ବାଥ୍ ମଧ୍ୟ ବ୍ୟବହାର କରାଯାଇଥାଏ ।  
 
 
ଶରୀର ପ୍ରତିରୋଧକତା ବୃଦ୍ଧି ଏବଂ ଦୀର୍ଘାୟୁ ଚିକିତ୍ସା
(କାୟାକଳ୍ପ ଚିକିତ୍ସା):
ଏହା ହେଉଛି ବୟସ ବୃଦ୍ଧି ପ୍ରକ୍ରିୟା ମନ୍ଥର କରିବା ପାଇଁ, ଶରୀରର କୋଷ କ୍ଷୟ ପ୍ରତିହତ କରିବା ପାଇଁ ଏବଂ ଆପଣଙ୍କ ବ୍ୟବସ୍ଥାର ପ୍ରତିରୋଧକତା ବୃଦ୍ଧି କରିବା ପାଇଁ ଏକ ମୁଖ୍ୟ ଚିକିତ୍ସା । ଏହା ରସାୟନ (ସ୍ୱତନ୍ତ୍ର ଆୟୁର୍ବେଦିକ୍ ଔଷଧ ଏବଂ ଆହାର) ଏବଂ ସମନ୍ୱିତ ଶରୀର ଯତ୍ନ କାର୍ଯ୍ୟକ୍ରମଗୁଡିକୁ ଅନ୍ତର୍ଭୁକ୍ତ କରେ । ଏହି ଚିକିତ୍ସା ଯଦି 50 ବର୍ଷ ପୂର୍ବରୁ ଗ୍ରହଣ କରାଯାଇଥାଏ ଉଭୟ ଲିଙ୍ଗର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ।
 
 
 
ବଡ଼ି ସୁଡେସନ (ସ୍ୱେଦ କର୍ମ):
ଔଷଧଯୁକ୍ତ ବାମ୍ଫରେ ସ୍ନାନ କରିବା ଦ୍ୱାରା ଶରୀରରୁ ଦୂଷିତ ପଦାର୍ଥଗୁଡିକ ଦୂର ହୋଇଯାଇଥାଏ, ଏହା ତ୍ୱଚାର ରଂଗ ଓ ଉଜ୍ଜ୍ୱଳତା ବୃଦ୍ଧି କରେ, ଏହା ଚର୍ବି ଅଂଶ କମାଏ ଏବଂ ନିର୍ଦ୍ଦିଷ୍ଟ ରିଉମାଟିକ୍ ରୋଗ ପାଇଁ ଅନୁମୋଦନ କରାଯାଇଥାଏ । ବିଶେଷ କରି ବ୍ୟଥା ପାଇଁ । ଦୁର୍ମୂଲ୍ୟ ଜଡିବୁଟି ଏବଂ ଗୁଳ୍ମର ପତ୍ରକୁ ଫୁଟାଇ ଏହାର ବାମ୍ଫକୁ ସମୟ ଶରୀର ଉପରେ ଦୈନିକ 10ରୁ 20 ମିନିଟ୍ ପର୍ଯ୍ୟନ୍ତ ପ୍ରବାହିତ କରାଯାଇଥାଏ । ଜଡିବୁଟି ତେଲ ଏବଂ ଜଡିବୁଟି ଗୁଣ୍ଡ ସହିତ ହାତରେ ମାଲିସ କରିବା ଫଳରେ ରକ୍ତସଂଚାଳନ ବୃଦ୍ଧି ପାଇଥାଏ ଓ ମାଂସପେଶୀଗୁଡିକ ଟାଣ ହୋଇଥାଏ ।
 
 
 
ଶରୀର ପତଳା ହେବା:
ଔଷଧଯୁକ୍ତ ଜଡିବୁଟି ଗୁଣ୍ଡ ଏବଂ ଔଷଧଯୁକ୍ତ ଜଡିବୁଟି ତୈଳ ମାସିଲ କଣ, ଜଡିବୁଟି ରସର ଏକ ଆୟୁର୍ବେଦିକ୍ ଆହାର ଏହି ପ୍ରୋଗ୍ରାମର ଅଂଶ ହୋଇଥାଏ ।
 
 
 
ଶରୀର ଯତ୍ନ:
ଜଡିବୁଟି ଫେସ୍ ପ୍ୟାକ୍, ଜଡିବୁଟି ତୈଳ ମାସିଲ୍, ଜଡିବୁଟି ଚାଆ ଗ୍ରହଣ କରିବା ଇତ୍ୟାଦି ଶରୀରର ରଂଗରେ ଉନ୍ନତି ଆଣେ ଏବଂ ଶରୀରକୁ ସୁନ୍ଦର କରେ ।
 
 
 

ମାନସିକ ଏବଂ ଶାରୀରିକ ସୁସ୍ଥାବସ୍ଥା (ଧ୍ୟାନ ଏବଂ ଯୋଗ) ଶାରୀରିକ ଏବଂ ମାନସିକ ବ୍ୟାୟାମର ଅର୍ଥ ଶରୀର ଓ ମନରୁ ଅହଙ୍କାରକୁ ଦୂରେଇ ରଖିବା- ଏହା ଆପଣଙ୍କ ଏକାଗ୍ରତା ବୃଦ୍ଧି କରିବା ପାଇଁ, ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏବଂ ମାନସିକ ଶାନ୍ତି ଲାଭ କରିବା ପାଇଁ 8ଟି ପର୍ଯ୍ୟାୟର ତାଲିମରେ ପରିକଳ୍ପନା କରାଯାଇଛି: 1, ଶୃଙ୍ଖଳିତ ଆଚରଣ (ୟମ) 2. ଆତ୍ମଶୁଦ୍ଧି (ନିୟମ), 3. ଶାରୀରିକ ଭଂଗୀ ଯେପରି କି ପଦ୍ମାସନ (ଆସନ) 4. ନିଃଶ୍ୱାସ ନିୟନ୍ତ୍ରଣ (ପ୍ରାଣାୟମ) 5. ଇନ୍ଦ୍ରୀୟ ନିୟନ୍ତ୍ରଣ (ପ୍ରତ୍ୟାହାର), 6. ବାଛିଥିବା ଜିନିଷ ଉପରେ ସ୍ଥିର କରିବା, ଧାରଣ) 7.ମେଡିଟେସନ (ଧ୍ୟାନ), ଏବଂ 8. ସମାଧି- ଏପରି ଏକ ଅବସ୍ଥା ଯେତେବେଳେ ଆପଣ ସଂପୂର୍ଣ୍ଣ ମୁକ୍ତ ଏବଂ ଶାନ୍ତ ଅନୁଭବ କରିଥାନ୍ତି ।


 
 
  ସାମଗ୍ରୀକ ସୁସ୍ଥାବସ୍ଥା- (ପଞ୍ଚକର୍ମ ଚିକିତ୍ସା)
ଶାରୀରିକ ଓ ମାନସିକ ସୁସ୍ଥାବସ୍ଥା ପାଇଁ ଏକ ପଞ୍ଚ- ସୂତ୍ରୀ ଚିକିତ୍ସା- ଏହା ଶରୀର, ବିଭିନ୍ନ ଅଙ୍ଗ, ମନ, ଶ୍ୱାସକ୍ରିୟା ଏବଂ ସ୍ନାୟୁକୁ ଶୁଦ୍ଧ କରେ ଓ ରକ୍ତ ପରିଷ୍କାର କରିଥାଏ ।
  
 
     


 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia