Trade Media
     

ଚିକିତ୍ସାମୂଳକ କାର୍ଯ୍ୟକ୍ରମଗୁଡିକ

     
   
 
 
ଜଡିବୁଟି ତୈଳ, ଔଷଧଯୁକ୍ତ ଦୁଗ୍ଧ କିମ୍ବା ଘୋଳ ଦହି ଏବଂ ଡିକୋକସନ୍‌ଗୁଡିକୁ କପାଳରେ/ ସମଗ୍ର ଶରୀରରେ ଏକ ସ୍ୱତନ୍ତ୍ର ଶୈଳୀରେ ଢ଼ଳା ଯାଇଥାଏ, ଯାହାକି ଉର୍ଦ୍ଧ୍ୱାଙ୍ଗ ଧାରା, ଚକ୍ଷୁ କର୍ଣ୍ଣ ଏବଂ ତ୍ୱଚା ରୋଗ ପାଇଁ ଉତ୍ତମ), ତକ୍ରଧାରା (ଯେଉଁମାନେ ସ୍ମୃତିଶକ୍ତି ହାନୀ, ଗୁରୁତର ମୁଣ୍ଡବ୍ୟଥା କିମ୍ବା ମାନସିକ ବିକୃତିରେ ଆକ୍ରାନ୍ତ ହୋଇଥାନ୍ତି) ଏବଂ ସର୍ବାଙ୍ଗ ଧାରା (ଉଭୟ ମସ୍ତିଷ୍କ ଏବଂ ଶରୀର ପାଇଁ)


ଓଷ୍ଟିଓଆଥ୍ରାଇଟିସ୍, ଲ୍ୟୁକେମିଆ ଇତ୍ୟାଦି ଦୂର କରିବା ପାଇଁ ଚିକିତ୍ସା (ସ୍ନେହପାନମ୍)  :
ଆଭ୍ୟନ୍ତରୀଣ ଭାବରେ ଧୀରେ ଧୀରେ ନିର୍ଦ୍ଦିଷ୍ଟ ଅବଧିରେ ପରିମାଣ ବୃଦ୍ଧି କରି ଔଷଧଯୁକ୍ତ ଘିଅ ଦିଆଯାଇଥାଏ ।

ନାକ, ମୁହଁ ଏବଂ ଗଳା ଶୁଖିବା, ଗମ୍ଭୀର ମୁଣ୍ଡବ୍ୟଥା, ମୁଖ ପକ୍ଷାଘାତ, ଏବଂ ମୁଣ୍ଡରେ ପୋଡାଜଳା ହେବା ପାଇଁ ଚିକିତ୍ସା । (ଶିରୋବସ୍ତି):
ଡାକ୍ତରଙ୍କ ଅନୁମୋଦନ ଅନୁଯାୟୀ ମୁଣ୍ଡରେ ନିର୍ଦ୍ଦିଷ୍ଟ ଅବଧି ପାଇଁ, ଜଡିବୁଟି ତେଲକୁ ମୁଣ୍ଡରେ ଫିଟ୍ ହୋଇଥିବା ଏକ ଚମଡା ଟୋପିରେ ଢ଼ଳା ଯାଇଥାଏ ।

ସ୍ପଣ୍ଡିଲୋସିସ୍, ରିଉମାଟିକ୍ ରୋଗ ଯେପରି କି ଆର୍ଥ୍ରାଇଟିସ୍, ପକ୍ଷାଘାତ, ହେମେପ୍ଲେଜିଆ, ସ୍ନାୟୁ ଦୁର୍ବଳତା, ଏବଂ ସ୍ନାୟୁ ବିକୃତି (ପିଜିଚିଲ୍) ପାଇଁ ଚିକିତ୍ସା:
7ରୁ 21 ଦିନ ପର୍ଯ୍ୟନ୍ତ ଦୈନିକ 1ରୁ 1.5 ଘଣ୍ଟା ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ ତାଳରେ ତାଲିମପ୍ରାପ୍ତ ମାସ୍ୟୁରମାନଙ୍କ ଦ୍ୱାରା ସମଗ୍ର ଶରୀର ଉପରେ ସଫା ଚାଦର ଉପରେ ନଖ ଉଷୁମ ଜଡିବୁଟି ତୈଳ ପ୍ରୟୋଗ କରାଯାଇଥାଏ ।

ଗୋଟିଏ ପାର୍ଶ୍ୱର ଅଙ୍ଗ ଅଚଳ ହେବା, ପକ୍ଷାଘାତ, ମେଦବହୁଳତା ଏବଂ ନିର୍ଦ୍ଦିଷ୍ଟ ରୁଉମାଟିକ୍ ରୋଗ ପାଇଁ ଚିକିତ୍ସା । (ଉଦ୍‌ବର୍ତ୍ତନମ୍):
ଜଡିବୁଟି ଗୁଣ୍ଡ ସହିତ ଚିକିତ୍ସାମୂଳକ ମାଲିସ ।

ଆଘାତ କିମ୍ବା ଦୁର୍ଘଟଣା କାରଣରୁ ଅସ୍ଥି ମାଂସପେଶୀ ରୋଗର ଚିକିତ୍ସା (ମର୍ମ ଚିକିତ୍ସା):
ଯେଉଁ ଚିକିତ୍ସା ଶରୀରର ଅତ୍ୟନ୍ତ ସମ୍ବେଦନଶୀଳ ମୁଖ୍ୟ ବିନ୍ଦୁଗୁଡିକ ଉପରେ କାର୍ଯ୍ୟ କରେ (107 ମର୍ମ) ।

ନାକରୋଗ ପାଇଁ ଚିକିତ୍ସା (ନାସ୍ୟମ) :
ଔଷଧ ଯୁକ୍ତ ପ୍ରସ୍ତୁତି, ଡିକୋକସନ ତୈଳ, ଘିଅ ଇତ୍ୟାଦି ନିଃଶ୍ୱାସରେ ନେବା, ଏହା ମୁଣ୍ଡ ଓ ବେକ କ୍ଷେତ୍ରରେ ରହିଥିବା ରୋଗର କାରଣ ହେଉଥିବା ବିଷୟଗୁଡିକୁ ଦୂର କରିଥାଏ ।

କାନ ରୋଗ ପାଇଁ ଚିକିତ୍ସା (କର୍ଣ୍ଣପୁରଣମ୍):
ଔଷଧଯୁକ୍ତ ତୈଳକୁ କାନରେ ଦୈନିକ 5ରୁ 10 ମନିଟ୍ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ରୋଗଗୁଡିକର ଚିକିତ୍ସା କରିବା ପାଇଁ ବ୍ୟବହାର କରାଯାଇଥାଏ ।

ଆଖିରେ ପରଳ ପଡ଼ିବା ପ୍ରତିହତ କରିବା ଏବଂ ଦୃଷ୍ଟିଶକ୍ତି ବଢ଼ାଇବା (ଥର୍ପନମ୍):
ଆଖି ପାଇଁ ଏକ ଚିକିତ୍ସା ଯାହାକି ଆଖିରେ ପରଳ ପଡ଼ିବା ପ୍ରତିହତ କରିଥାଏ ଏବଂ ଚକ୍ଷୁ ସ୍ନାୟୁକୁ ଦୃଢ଼ କରିଥାଏ ।

ମାଂସପେଶୀ କ୍ଷୟ, ରିଉମାଟିଜିମ୍, ଖେଳ ସଂପର୍କିତ ଆଘାତ, ଗଣ୍ଠିବ୍ୟଥା, ଶରୀରର କ୍ଷୟ କିମ୍ବା ଶରୀରର ଅନ୍ୟ ଅଂଶର କ୍ଷୟ ଏବଂ ନିର୍ଦ୍ଦିଷ୍ଟ ପ୍ରକାରର ତ୍ୱଚା ରୋଗର ଚିକିତ୍ସା (ଜଭରକିଜି) :
ଔଷଧଯୁକ୍ତ ଚାଉଳ ପ୍ୟାକେଟ୍ ଆକାରରେ ମୁସଲିନ୍ ବ୍ୟାଗରେ ବାନ୍ଧି ଶରୀରରେ ବାହ୍ୟ ଭାବରେ ପ୍ରୟୋଗ କରି ସମଗ୍ର ଶରୀରରୁ ଝାଳ ବାହାର କରାଯାଇଥାଏ ।

ଦୟାକରି ଧ୍ୟାନ ଦିଅନ୍ତୁ:  -
  • ଆୟୁର୍ବେଦ ଡାକ୍ତରମାନେ ମୂଲ୍ୟାୟନ ପରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ପୃଥକ ଚିକିତ୍ସା କାର୍ଯ୍ୟକ୍ରମର ନିଷ୍ପତ୍ତି ନେଇଥାନ୍ତି ।
  • ଛୋଟ ଛୋଟ ରୋଗ ପାଇଁ କମ୍ ଅବଧିର ଚିକିତ୍ସା ଯେପରି କି ଅଣ୍ଟା ବ୍ୟଥା, ମାଂସପେଶୀ ବ୍ୟଥା, ଇତ୍ୟାଦି ସହିତ ଜଡିବୁଟି ବ୍ୟତୀତ ଷ୍ଟିମ୍ ବାଥ୍, ଏବଂ ସ୍ପାଇନାଲ୍ ବାଥ୍ ଏବଂ ଚିକିତ୍ସାମୂଳକ ମାଲିସଗୁଡିକ କେବଳ ଡାକ୍ତରଙ୍କ ପରାମର୍ଶ କ୍ରମେ ଦିଆଯିବ ।
  • ମହିଳାମାନଙ୍କ ପାଇଁ ମାଲିସ ଓ ଅନ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟରେ ମହିଳା ଟେକ୍ନିସିଆନମାନେ କାର୍ଯ୍ୟ କରିବେ ।
  • କେତେକ ପ୍ରୋଗ୍ରାମ୍ ଖୁବ୍ ବୟସ୍କ, ଖୁବ୍ କମ୍ ବୟସର (7 ବର୍ଷରୁ କମ୍) ଦୃଢ଼ ହୋଇନଥିବା, ହୃଦ୍‌ରୋଗୀ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଉପଯୁକ୍ତ ହୋଇନଥାଏ ।
  • ଯଦି ଆପଣଙ୍କର ପୂର୍ବରୁ ହୃଦ୍‌ରୋଗ ସମସ୍ୟା, ରକ୍ତଚାପ, ରକ୍ତ ଶର୍କରା, ପୁରୁଣା ତ୍ୱଚା ରୋଗ, ଶ୍ୱାସର ଡାକ୍ତରୀ ଇତିହାସ ରହିଛି, ଦୟାକରି ଆଗୁଆ ଆପଣଙ୍କ ଡାକ୍ତରଙ୍କୁ ଜଣାଇ ଦିଅନ୍ତୁ ।
  • ଆଗୁଆ ଆରକ୍ଷଣ ପାଇଁ ଅନୁମୋଦନ କରାଯାଏ ।
 
     


 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia