ଆୟୁର୍ବେଦ- ଶରୀର, ମନ ଓ ଆତ୍ମାର ସନ୍ତୁଳନ
ଆୟୁର୍ବେଦ ଭାରତରେ ଖ୍ରୀଷ୍ଟପୂର୍ବ 600ରୁ ରହିଛି । ଏହା ହେଉଛି ଔଷଧର ଏକ ନୂତନ ପ୍ରଣାଳୀ, ଯାହାକି ଶରୀରର ବିଭିନ୍ନ ସମସ୍ୟା ପ୍ରତିହତ କରିବା ସହିତ ତାହାର ଉପଚାର କରିଥାଏ । ଉଭୟେ ଦ୍ରାବିଡ ଓ ଆର୍ଯ୍ୟମାନେ ଆୟୁର୍ବେଦକୁ ବହୁ ପ୍ରାଚୀନ କାଳରୁ ଅନୁସରଣ କରିଆସୁଥିଲେ । ଆଜି ଏହା ଔଷଧ ବିଜ୍ଞାନର ଏକ ସ୍ୱତନ୍ତ୍ର, ଅଗ୍ରଗଣ୍ୟ ଶାଖା ହୋଇଛି- ଏହା ହେଉଛି ଏକ ସଂପୂର୍ଣ୍ଣ ପ୍ରାକୃତିକ ପ୍ରଣାଳୀ, ଯାହାକି ଆପଣଙ୍କ ଶରୀରର ବିଭିନ୍ନ ଉପାଦାନର ଚିହ୍ନଟ ଉପରେ- ବାତ, ପିତ, ଏବଂ କଫକୁ ଆଧାର କରି ସଠିକ୍ ସନ୍ତୁଳନ ହାସଲ କରିବା ପାଇଁ ବ୍ୟବହୃତ ହୋଇଥାଏ ।
ଆୟୁର୍ବେଦ କେବଳ ଶରୀରର ପ୍ରଭାବିତ ଅଂଶର ଚିକିତ୍ସାରେ ବିଶ୍ୱାସ କରେ ନାହିଁ, ବରଂ ଏହା ସାମଗ୍ରୀକ ଭାବରେ ବ୍ୟକ୍ତିର ଚିକିତ୍ସା କରିଥାଏ । ଆପଣଙ୍କୁ ସତେଜ ରଖିବା ପାଇଁ, ଶରୀରରୁ ବିଷାକ୍ତ ଅସନ୍ତୁଳନଗୁଡିକ ନିଷ୍କାସନ କରିବା ପାଇଁ ଏବଂ ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଓ ସୁସ୍ୱାସ୍ଥ୍ୟ ଫେରିପାଇବା ପାଇଁ ଏକ ପ୍ରାକୃତିକ ଉପାୟ ।
କେରଳ, ଆୟୁର୍ବେଦର ଭୂମି
କେରଳର ସମନ୍ୱିତ ଜଳବାୟୁ, ପ୍ରାକୃତିକ ଭାବରେ ବ୍ୟାପକ ଜଂଗଲ ଭୂମି (ବିଭିନ୍ନ ଜଡିବୁଟି ଓ ଔଷଧୀୟ ବୃକ୍ଷର ଭଣ୍ଡାର ସହ), ଏବଂ ଥଣ୍ଡା ବର୍ଷାଦିନ (ଜୁନରୁ ଜୁଲାଇ ଏବଂ ଅକ୍ଟୋବରରୁ ନଭେମ୍ବର) ଆୟୁର୍ବେଦର ଉପଶମକାରୀ ଏବଂ ପୁନରୁଦ୍ଧାର ପ୍ୟାକେଜଗୁଡିକ ପାଇଁ ଅତ୍ୟନ୍ତ ଉପଯୁକ୍ତ ହୋଇଥାଏ ।
ପ୍ରକୃତରେ କେରଳ ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ସଂପୂର୍ଣ୍ଣ ନିଷ୍ଠାର ସହ ଏହି ବ୍ୟବସ୍ଥାର ଔଷଧ ବ୍ୟବହୃତ ହେଉଛି ।
ନବଯୌବନ ଲାଭ କରିବା ପାଇଁ ଶ୍ରେଷ୍ଠ ସମୟ ହେଉଛି, ବର୍ଷା ସମୟ
ପାରମ୍ପରିକ ଶାସ୍ତ୍ରରେ ବର୍ଣିତ ଅଛି ଯେ ବର୍ଷା ଋତୁ ହେଉଛି ନବଯୌବନ ଲାଭ କରିବା ପାଇଁ ଶ୍ରେଷ୍ଠ ସମୟ । ଏହି ସମୟରେ ବାୟୁମଣ୍ଡଳ ଧୂଳିମୁକ୍ତ ରହିଥାଏ ଏବଂ ଶୀତଳ ରହିଥାଏ, ଶରୀରର ରନ୍ଧ୍ରଗୁଡିକ ସବୁଠାରୁ ଅଧିକ ଉନ୍ମୁକ୍ତ ହୋଇ ରହିଥାଏ, ଏହା ଫଳରେ ଜଡିବୁଟି ତେଲ ଓ ଚିକିତ୍ସା ଅଧିକ ଗ୍ରହଣ କରିପାରେ ।
ଆୟୁର୍ବେଦ ଭିଡିଓଗୁଡିକ
କେରଳ ପର୍ଯ୍ୟଟନ ଦ୍ୱାରା ବର୍ଗୀକୃତ ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ
ନବଯୌବନ ଚିକିତ୍ସା (ରସାୟନ ଚିକିତ୍ସା)
ଚିକିତ୍ସାମୂଳକ କାର୍ଯ୍ୟକ୍ରମଗୁଡିକ
ଆୟୁର୍ବେଦ ଡାକ୍ତରଖାନାଗୁଡିକ
ଯୋଗ କେନ୍ଦ୍ରଗୁଡିକ