![](../images/spacer.png) |
![](../images/spacer.png) |
|
![](../images/spacer.png) |
![](../images/spacer.png) |
|
ହାଉସବୋଟ୍ |
|
![](../images/spacer.png) |
![](../images/spacer.png) |
![](http://www.keralatourism.org/images/destination/Houseboats.jpg)
କେରଳରେ ଏକ ହାଉସବୋଟରେ ନୌଯାତ୍ରା !
ଆପଣ କେରଳର ବ୍ୟାକ୍ ୱାଟରରେ ହାଉସବୋଟରେ ନୌଯାତ୍ରା କରିବାକୁ ଯାଇଛନ୍ତି କି? ଯଦି ଯାଇନାହାନ୍ତି, ନିଶ୍ଚୟ ଯାଆନ୍ତୁ । ଏହା ହେଉଛି ବାସ୍ତବରେ ଏକ ସୁନ୍ଦର ଏବଂ ଅଭୁଲା ଅନୁଭୂତି !
ଆଜିକାଲି ବିଶାଳ ଆକାରର ହାଉସବୋଟ୍ ଆସିଲାଣି, ଯାହାକି ଧୀରେ ଧୀରେ ଗତି କରିଥାଏ ଏବଂ ସ୍ୱତନ୍ତ୍ର ଭାବରେ ଅବସର ବିନୋଦନ ପାଇଁ ଯୋଜନା କରାଯାଇଥାଏ ଏବଂ ପ୍ରକୃତରେ ଏହି ହାଉସବୋଟ ହେଉଛି ପ୍ରାଚୀନ କାଳର କେତୁବାଲମର ପୁର୍ନଗଠିତ ସଂସ୍କରଣ । ମୂଳ କେଟୁବାଲମଗୁଡିକ ଟନ୍ ଟନ୍ ଚାଉଳଏବଂ ମସଲା ନେବା ଆଣିବା ପାଇଁ ବ୍ୟବହାର କରାଯାଉଥିଲା। ଏକ ଷ୍ଟାଣ୍ଡାର୍ଡ କେଟୁବାଲମ୍ କୁଟାଣ୍ଡା ଠାରୁ କୋଚି ବନ୍ଦର ପର୍ଯ୍ୟନ୍ତ ପ୍ରାୟ 30 ଟନ୍ ଜିନିଷ ଧାରଣ କରିପାରିବ ।
କୁଟେବାଲମକୁ କତାରେ ଗଣ୍ଠି ପକାଇ ଏକାଠି ରଖାଯାଇଥାଏ । ଏପରି କି ଡଙ୍ଗା ତିଆରି ସମୟରେ ଗୋଟିଏ ହେଲେ କଣ୍ଟା ବ୍ୟବହୃତ ହେଉନଥାଏ । ଏହି ନୌକାଟି ଏକ ଭେଳା କିମ୍ବା ପଣସ କାଠକୁ ଏକାଠି କତାରେ ଯୋଡି ତିଆରି କରାଯାଇଥାଏ । ତାହା ପରେ ସିଝା କାଜୁ କେର୍ନେଲରୁ ପ୍ରସ୍ତୁତ କଷ୍ଟିକ୍ କଳାରିସିନର ଆସ୍ତରଣ ଦିଆଯାଇଥାଏ । ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ, ଏକ କେଟୁବାଲମ୍ ପୁରୁଷ ପୁରୁଷ ଧରି ରହିପାରେ ।
କେଟୁବାଲମର ଏକ ଅଂଶ ଏକ ବାଉଁଶ ଏବଂ କତାରେ ଆବୃତ ହୋଇ ନୌଯାତ୍ରୀ ଦଳଙ୍କ ପାଇଁ ଏକ ବିଶ୍ରାମ କକ୍ଷ ଏବଂ ରୋଷେଇ ଘର ଭାବରେ କାମ କରିଥାଏ । ଆହାରଗୁଡିକ ବୋର୍ଡରେ ରନ୍ଧନ କରାଯାଇଥାଏ ଏବଂ ବ୍ୟାକ୍ କୋଟରରୁ ସାଂଗେ ସାଂଗେ ଧରାଯାଇଥିବା ତାଜା ମାଛ ରନ୍ଧା ସହିତ ଖାଇବାକୁ ଦିଆଯାଇଥାଏ ।
ଯେତେବେଳେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ବଦଳରେ ବଡ଼ ବଡ଼ ଟ୍ରକ୍ ବଜାରକୁ ଆସିଲା, ଲୋକେ ଏହି ବୋଟ୍ ବା ନୌକାଗୁଡିକୁ ବଞ୍ଚାଇ ରଖିବାକୁ ଭିନ୍ନ ଉପାୟ ଖୋଜିଲେ । ସେଗୁଡିକ ମଧ୍ୟରୁ ଅଧିକାଂଶ 100 ବର୍ଷରୁ ଅଧିକ ପୁରୁଣା, କିନ୍ତୁ ବଜାରରେ ରହିଛି । ପର୍ଯ୍ୟଟକମାନଙ୍କ ରହିବା ସୁବିଧା ପାଇଁ ସ୍ୱତନ୍ତ୍ର ଗୃହର ପରିକଳ୍ପନା କରାଗଲା, ଏହି ନୌକାଗୁଡିକ ପ୍ରାୟ ବିଲୁପ୍ତ ହେବାକୁ ଯାଉଥିବା ସମୟରେ ବର୍ତ୍ତମାନ ପ୍ରଚୁର ଲୋକପ୍ରିୟତା ହାସଲ କରିଛି ।
ବର୍ତ୍ତମାନ ଏଗୁଡିକ ବ୍ୟାକ୍ ୱାଟରର ଏକ ପରିଚିତ ଦୃଶ୍ୟ ଏବଂ କେବଳ ଆଲପୁଜାରେ 500ରୁ ଅଧିକ ହାଉସବୋଟ୍ ରହିଛି ।
କେଟୁବାଲମକୁ ହାଉସବୋଟରେ ବଦଳାଇବା ସମୟରେ ଯତ୍ନ ନିଆଯାଇଥାଏ ଯେ ଯେପରି କେବଳ ପ୍ରାକୃତିକ ଉତ୍ପାଦ ବ୍ୟବହାର କରାଯିବ । ବାଉଁଶ ଚଟେଇ, କାଠି ଏବଂ ଗୁଆଗଛର ଖୋଳପା ଛାତ ତିଆରି ପାଇଁ ବ୍ୟବହୃତ ହୋଇଥାଏ । କତା ତିଆରି ଚଟେଇ ଏବଂ କାଠ ପଟା ଚଟାଣ କାର୍ଯ୍ୟ କରିଥାଏ ଏବଂ ନଡିଆ ଗଛର କାଠ ଓ କତାରୁ ଖଟ ତିଆରି ହୋଇଥାଏ । ଆଲୋକୀକରଣ ପାଇଁ ସୋଲାର ପ୍ୟାନେଲ୍ ବ୍ୟବହୃତ ହୋଇଥାଏ ।
ଆଜିକାଲି, ହାଉସବୋଟରେ ସମସ୍ତ ନୌଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧାସୁଯୋଗ ସହିତ ଭଲ ହୋଟେଲ, ଫର୍ନିସ୍ଡ ଶୟନ କ୍ଷେତ୍ର, ଆଧୁନିକ ଶୌଚାଳୟ, ଆରାମଦାୟକ ଶୋଇବା ଘର, ଏକ ରୋଷେଇ ଘର ଏବଂ ଏପରି କି ଏକ ବାଲକୋନି ମଧ୍ୟ ରହିଥାଏ। ଏହି ବକ୍ର ଆକୃତି ହୋଇଥିବା ଛାତର କାଠ କିମ୍ବା ପ୍ଲେଟେଡ ପାମ୍ ଛାୟା ପ୍ରଦାନ କରିବାକୁ ଖୋଲିଯାଏଏବଂ ଏହା ମଧ୍ୟ ଦେଇ ଅବାଧରେ ବିଭିନ୍ନ ଦୃଶ୍ୟ ଦେଖିବାକୁ ଦେଇଥାଏ । ଅଧିକାଂଶ ନୌକା ସ୍ଥାନୀୟ ଓର୍ସମ୍ୟାନଙ୍କ ଦ୍ୱାରା ଚାଳିତ ହୋଇଥାଏ, ସେଗୁଡିକ ମଧ୍ୟରୁ କେତୋଟିରେ ଏକ 40 ଏଚ୍ପି ଇଞ୍ଜିନ ରହିଛି । ନୌଚାଳନା-ତାଲିମ୍- ଦୁଇ ବା ଅଧିକ ହାଉସବୋଟକୁ ଏକାଠି କରି ଦିଆଯାଇଥାଏ । ଏଗୁଡିକ ମଧ୍ୟ ଦର୍ଶକମାନଙ୍କ ଦ୍ୱାରା ବହୁ ସଂଖ୍ୟାରେ ବ୍ୟବହୃତ ହୋଇଥାଏ ।
ପ୍ରକୃତରେ କେରଳର ଗ୍ରାମାଞ୍ଚଳରେ ଦୁର୍ଗମ ଅଂଚଳରେ ହାଉସବୋଟରେ ଯାତ୍ରା କରିବାର ଅନୁଭୂତି ଅନ୍ୟନ୍ୟ ହୋଇଥାଏ ଏବଂ ଅନ୍ୟଥା ଗ୍ରାମୀଣ କେରଳ ପାଇଁ ଏହା ଅଭିଗମ୍ୟ ହୋଇନଥାଏ । ତାହା ଅନନ୍ୟ ଥିଲା କି?
|
|
|
|
|
|
|
|
|
|
|
|
|