Trade Media
     

ଥିରୁନାକାରା ଆରଟୁ


Event date:
ସ୍ଥାନ: ଥିରୁନାକାରା ମହାଦେବ ମନ୍ଦିର, କୋଟାୟାମ୍ ଜିଲ୍ଲା,

ଏହି ବାର୍ଷିକ 10 ଦିନିଆ ପର୍ବ ସହିତ ଆରାଟୁ ଉତ୍ସବ ଦେଖିବାକୁ ଥିରୁନାକାରା ମନ୍ଦିରରେ ବହୁ ଭକ୍ତ ସମାବେଶ ହୋଇଥାଏ । ସାଧାରଣତଃ ନଅଟି ସୁସଜ୍ଜିତ ହାତୀ ଆରାଟୁ ଶୋଭାଯାତ୍ରାରେ ଭାଗ ନେଇଥାନ୍ତି । ଏହା ଅପରାହ୍ନ ବେଳକୁ ଆରମ୍ଭ ହୋଇଥାଏ । ଲୋକକଳାଗୁଡିକ ଯେପରି କି ମାଇଲାଟୋମ୍ (ମୟୂରନୃତ୍ୟ)  ବେଲାକାଲି, ଇତ୍ୟାଦି ମନ୍ଦିର ପରିସରରେ ସନ୍ଧ୍ୟା ସମୟରେ ପରିବେଷଣ କରାଯାଇଥାଏ । ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ଆକର୍ଷଣ ହୋଇଥାଏ ଉତ୍ସବର ତୃତୀୟ ଓ ଚତୁର୍ଥ ଦିବସରେ ସାରା ରାତି ଚାଲୁଥିବା କଥାକଳି ନୃତ୍ୟ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: କୋଟାୟାମ, ଧର୍ମପୀଠ ଠାରୁ ମାତ୍ର କେତେ ମିନିଟର ରାସ୍ତା ।
  • ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, କୋଟାୟାମ ଠାରୁ ପ୍ରାୟ 76 କିଲୋମିଟର ଦୂର ।

Unknown column 'issueid' in 'where clause'